ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ । ପରୀକ୍ଷା ନକରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି । ବିନା ମାଟ୍ରିକ ପରୀକ୍ଷାରେ ମୂଲ୍ୟାଙ୍କନ କରାଯାଇ ମାଟ୍ରିକ ପରୀକ୍ଷା ଘୋଷଣା କରାଯିବା ପରେ ସପ୍ଲିମେଣ୍ଟାରୀ ପରିକ୍ଷା ନକରିବାକୁ ଘୋଷଣା କରିଛି ବୋର୍ଡ ।
ସେପଟେ ପ୍ରକାଶ ପାଇଥିବା ମେଟ୍ରିକ ଫଳାଫଳରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନଥାନ୍ତି ତେବେ ସେମାନଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହିତ ଫେଲ ହୋଇଥିବା ଏବଂ ଫର୍ମପୂରଣ କରିନଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଏହି ପରୀକ୍ଷା ଅଗଷ୍ଟ ଶେଷ ସୁଧା ସାରିବା ପାଇଁ ବୋର୍ଡ ଯୋଜନ କରିଥିବାରୁ ସପ୍ଲିମେଣ୍ଟାରୀ ପରୀକ୍ଷା କରିବା ପାଇଁ ବୋର୍ଡ ପାଖରେ ସମୟ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।