ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦଶମ ଶ୍ରେଣୀ ପରୀକ୍ଷା ନେଇ ଆସିଲା ବିସ୍ତୃତ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ପ୍ରେସମିଟ୍ ଅନୁଯାୟୀ ଏପ୍ରିଲ ୨୯ ତାରିଖରୁ ଦଶମ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖରେ ଶେଷ ହେବ ।
ପ୍ରଥମ ସିଟିଂ ସକାଳ ୮ଟାରୁ ଥିବା ବେଳେ ଦିନ ୧୧ ଟାରେ ଆରମ୍ଭ ଦ୍ୱିତୀୟ ସିଟିଂ । ପ୍ରତି ବିଷୟ ପାଇଁ ଦୁଇ ଘଣ୍ଟା ସମୟ ଦିଆଯିବ । କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ୍ ସମୟ ଦିଆଯିବ । ୮୦ ମାର୍କ ବିଶିଷ୍ଟ ପରୀକ୍ଷା ହେବ । ୫୦ ମାର୍କ ସଂକ୍ଷିପ୍ତ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ରହିବ । ରେଗୁଲାର ଓ ଏକ୍ସରେଗୁଲାର ପ୍ରଶ୍ନପତ୍ର ଅଲଗା ରହିବ । ୪ ଟି ସେଟ୍ ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ।