କଟକ (ଏଟିଆର ବ୍ୟୁରୋ); ଆସନ୍ତାକାଲି ଅର୍ଥାତ ୨୧ ତାରିଖରେ ପ୍ରକାଶ ପାଇବ ମେଟ୍ରିକ ଫଳାଫଳ । ସକାଳ ୯ଟାରେ ପ୍ରକାଶ ପାଇବ ଫଳାଫଳ । ଦିନ ୧୧ଟାରେ ବୋର୍ଡ ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇବ ଫଳ । ବୋର୍ଡର ଦୁଇଟି ୱେବସାଇଟ ହେଲା www.bseodisha.ac.in, www.bseodisha.nic.in ।ଏହି ଦୁଇଟି ୱେବସାଇଟରେ ଛାତ୍ର ଛାତ୍ରୀମାନେ ଫଳ ଦେଖିପାରିବେ । ଆସନ୍ତାକାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ବୋର୍ଡ ପକ୍ଷରୁ ଏକ ବୈଠକ ବସିଥିଲା ।
ବାତ୍ୟାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ଠିକସେ ଇଣ୍ଟନେଟ ଆସୁନାହିଁ । ଏଣୁ ଯେଉଁଠି ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିବ ସେଠାରେ ପରୀକ୍ଷାର୍ଥୀ ମାନେ ଏସଏମଏସ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ । ପରୀକ୍ଷାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀ ମାନେ ମୋବାଇଲରେ ଓଆର୧୦-ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ । ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ।
ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା।ତେବେ ରାଜ୍ୟରେ ସାମୁଦ୍ରକି ଝଡ ଫୋନି ପାଇଁ ଫଳାଫଳ ପ୍ରକାଶ ହେବାରେ ବିଳମ୍ବ ହୋଇଛି । ଗତବର୍ଷ ମେ’୭ରେ ମେଟ୍ରିକ ଫଳ ବାହାରିଥିଲା । ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆରମ୍ଭରୁ ମଧ୍ୟ ବିଭ୍ରାଟ ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ।