ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ବଦଳିବ ଶିକ୍ଷା ଅଧିକାର ଆଇନ । ୨୦୧୭ର ରାଇଟ ଟୁ ଫ୍ରି ଏଜୁକେସନ ସେକେଣ୍ଟ ଆମେଣ୍ଟମେଣ୍ଟରେ ସଂଶୋଧନ ପାଇଁ ସଂସଦରେ ଏକ ବିଲ ଉପସ୍ଥାପନ କରିଛନ୍ତି କେନ୍ଦ୍ରୀୟ ମାନବ ମନ୍ତ୍ରୀ ପ୍ରକାଶ ଜାଭେଦକର । ଏହି ବିଲକୁ ଦେଶର ଅଧିକାଂଶ ରାଜ୍ୟ ସମର୍ଥନ ଜଣାଇଛନ୍ତି । ଏଥିପାଇଁ ଜାଭେଦକର ଖୁସି ଥିବା କହିଛନ୍ତି ।
ବିଲରେ ପ୍ରସ୍ତାବ ଦିଆଯାଇଛି କି, ଯଦି କୌଣସି ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରି ଆଗ ଶ୍ରେଣୀ ଯିବାକୁ ସକ୍ଷମ ହେଉଛି, ତେବେ ଉକ୍ତ ବିଦ୍ୟାର୍ଥୀଙ୍କୁ ରୋକା ଯାଇପାରିବ ନାହିଁ । କିନ୍ତୁ ପରୀକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଣଦେଖା କରି ହେବନାହିଁି । ଏଥିôପାଇଁ ଛାତ୍ରଛାତ୍ରୀଙ୍କୁ ପଞ୍ଚମ ଶ୍ରେଣୀରେ ଦୁଇ ଥର ପରୀକ୍ଷା ଦେବାକୁ ପଡିପାରେ । ମାର୍ଚ୍ଚ ମାସରେ ଅନୁଷ୍ଠିତ ପରୀକ୍ଷାରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ନ ହୋଇ ପାରିଲେ, ସେମାନଙ୍କୁ ସେକେଣ୍ଡ ଚାନ୍ସ ମେ’ ମାସରେ ପରୀକ୍ଷା ଦିଆଯିବା ବ୍ୟବସ୍ଥା କରାଯିବ । ଯଦି ଏହି ପରୀକ୍ଷାରେ ବି ଉତ୍ତିର୍ଣ୍ଣ ନହୁଅନ୍ତି, ତେବେ ତାଙ୍କୁ ସେହି ଶ୍ରେଣୀରେ ହିଁ ରହିବାକୁ ପଡିବ ।