ପୁରୀ (ଏଟିଆର ବ୍ୟୁରୋ) ; ନିଜେ ଓଡିଆ କହିପାରୁନଥିଲେ ମଧ୍ୟ ଓଡିଶା ବାସୀଙ୍କ ଉନ୍ନତି ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକ ଅନେକ କାଯ୍ୟକ୍ରମ ସବୁ କରିଥିବା ଆଗରୁ ନଜିର ରହିଛି । ନିଜେ ଓଡିଆ ଭାଷାରେ ଦୁର୍ବଳଥିଲେ ମଧ୍ୟ ଓଡିଶାର ଲକ୍ଷାଧିକ ଛାତ୍ର ଛାତ୍ରୀଙ୍କ ଶିକ୍ଷାକୁ ଆଖିରେ ରଖି ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳ ବନରେ ଏକ ଓଡିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର କରିଛନ୍ତି । ୧୯୦୯ ମସିହାରେ ପଞ୍ଚସଖା ବକୁଳ ବନରେ ଏକ ବିଦ୍ୟାଳୟର କରିଥିଲେ । ଏବେ ସେହି ପଞ୍ଚସଖାଙ୍କ ସ୍ୱପ୍ନକୁ ସାକାର କରିବାକୁ ଯାଇ ନବୀନ ବାବୁ ଏଠାରେ ଏକ ବିଶ୍ୱବିଦ୍ୟାଳୟ କରିବାର ସ୍ୱପ୍ନ ଦେଖିଛନ୍ତି । କାରଣ ଓଡିଶାରେ ଏହି ବିଶ୍ୱବିଦ୍ୟାଳୟ ହେବା ଫଳରେ ଲକ୍ଷ ଲକ୍ଷ ଓଡିଆ ଛାତ୍ର ଛାତ୍ରୀ ଶିକ୍ଷିତ ହେବେ । ଏବଂ ଏହି ବିଶ୍ୱବିଦ୍ୟାଳୟ ଓଡିଆ ଭାଷାର ପ୍ରଚାରଓପ୍ରସାର କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁଷ୍ଠିତ ସଭାରେ କହିଛନ୍ତି । ଏହି ବକୁଳ ବନରେ ଅନୁଷ୍ଠିତ ସଭାରେ ପଞ୍ଚସଖାଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ।
ସାଧାରଣତଃ ସତ୍ୟବାଦୀ କଥା କହିଲେ ଉକ୍ରଳ ମଣି ଗୋପବନ୍ଧୁଙ୍କ କଥା ମନେ ପଡେ । କାରଣ ସେ ହେଉଛନ୍ତି ଓଡିଶାର ଗର୍ବ ଏବଂ ଗୈାରବ । ଓଡିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ନିଜକୁ । ଏବଂ ପଞ୍ଚସଖାଙ୍କ ସମଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନେକ କିଛି ପୁରୁଣା କଥା କହି ଲୋକଙ୍କ ମନରେ ଭରି ଦେଇଥିଲେ ଅନେକ ଅସୁମାରୀ ସ୍ୱପ୍ନ । ଏବଂ ପଞ୍ଚସଖାଙ୍କ ଜନ୍ମଦିନରେ ଏଭଳି ଏକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ନିଜକୁ ବହୁତ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଛନ୍ତି ନବୀନ ବାବୁ ।