ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିଟ୍-ପିଜି କାଉନସିଲିଂ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଓବିସି, ଇଡବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ ଉଠିଛି । ସରକାର ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ନିଷ୍ପତି ନେଇଥିଲେ । ସେଥିପାଇଁ କୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶରେ କୁହାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ବନ୍ଦ ରହିବ କାଉନସେଲିଂ ।