ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ ଫେଲ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ମୋଟ ମାର୍କର ୩୩ ପ୍ରତିଶତ ନରଖି ପାରିବେ ସେମାନେ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ ପୁଣିଥରେ ପ୍ରଥମ ବର୍ଷରେ ପରୀକ୍ଷା ଦେବାକୁ ପଡିବ ।
ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ । ତେବେ ଏହାକୁ ନେଇ ସାରା ରାଜ୍ୟରେ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନେ କଡା ବିରୋଧ କରିଥିଲେ । ଏମିତିକି ଅନେକ ସ୍ଥାନରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ରାଜ ରାସ୍ତାକୁ ଓହ୍ଲାଇ ସହ ଟାୟାର ଜାଳ, କଲେଜ ଫାଟକ ବନ୍ଦ କରିଥିବାର ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ରହିଥିଲା, କଲେଜରେ ପାଠ ପଢା ଅଧାରୁ ଅଧିକ ସରିଯାଇଛି । ଛାତ୍ରଛାତ୍ରୀ ମାନେ ଭଲଭାବେ ପ୍ରସ୍ତୁତ ହୋଇ ନାହାନ୍ତି ।
ତେଣୁ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି ହୋଇଥିଲା । ଯାହାକୁ ନେଇ ପୁଣି ମନ୍ତ୍ରୀ କହିଥିଲେ ଏହାର ପୁନଃ ବିଚାର କରାଯିବ । ତେବେ ଏବେ ମନ୍ତ୍ରୀ ସୂଚନା ଦେଇଛନ୍ତି ଚଳିତ ବର୍ଷ ଠାରୁ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ ଫେଲ ବ୍ୟବସ୍ଥା ଲାଗୁ କରାଯିବ ନାହିଁ ।