ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପିଏଚଡି କରିବା ପାଇଁ ଆଉ ମାଷ୍ଟର ଡିଗ୍ରୀର ଆବଶ୍ୟକତା ନାହିଁ । ଏଣିକି ଗ୍ରାଜୁଏସନ ପରେ କରି ପାରିବେ ପିଏଚଡି । ୪ ବର୍ଷ ଗ୍ରାଜୁଏସନ କରିବାକୁ ହେବ । ନୂତନ ଶିକ୍ଷା ନୀତି ୨୦୨୦ ରେ ପିଏଚଡିରେ ପରିବର୍ତ୍ତନ ହେବାକୁ ଯାଉଛି ।୪ ବର୍ଷର ଗ୍ରାଜୁଏସନ ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀ ସିଧାସଳଖ ପିଏଚଡି କରିପାରିବେ ।
ୟୁଜିସି ଦ୍ୱାରା ଜାରି କରାଯାଇଥିବା ନୂତନ ପାଠ୍ୟକ୍ରମ ଅଧିନରେ ପୂର୍ବପେକ୍ଷା ଅଧିକ ସୁବିଧା ପାଇପାରିବେ ଛାତ୍ରଛାତ୍ରୀ । ଗ୍ରାଜୁଏସନ କରିବା ପରେ ପିଲାମାନଙ୍କୁ ଆଉ ପିଏଚଡି ପାଇଁ ମାଷ୍ଟର ଡିଗ୍ରୀ କରିବାକୁ ପଡିବ ନାହିଁ ।