ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ୨ ବାକି ରହି ଯାଇଥିବା ପରୀକ୍ଷା କେବେ ହେବ ସେନେଇ ଦ୍ୱନ୍ଦରେ ରହିଥିଲେ ଛାତ୍ରଛାତ୍ରୀ । କିନ୍ତୁ ଏବେ ଛାତ୍ରା-ଛାତ୍ରୀଙ୍କ ଦ୍ୱନ୍ଦ ଦୂର ହେବା ସହ ବାତିଲ ହୋଇଛି ଅବଶିଷ୍ଟ ପରୀକ୍ଷା । ଛାତ୍ର-ଛାତ୍ରୀଙ୍କୁ ଆଉ ବାକି ରହି ଯାଇଥିବା ପରୀକ୍ଷା ଦେବାକୁ ପଡିବ ନାହିଁ । ୪ ଟି ଷ୍ଟ୍ରିମର ବାକି ରହି ଯାଇଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା । କିନ୍ତୁ କରୋନା ପାଇଁ ଏହି ସମସ୍ତ ଷ୍ଟ୍ରିମ୍ ର ମୋଟ ୨୩ ଟା ପରୀକ୍ଷା ବାକି ରହିଯାଇଥିଲା । ଯେଉଁଥି ପାଇଁ ପରୀକ୍ଷା କେବେ ହେବ ସେନେଇ ଦ୍ୱନ୍ଦରେ ଥିଲେ ଛାତ୍ରଛାତ୍ରୀ ।