ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ୩ ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ଏବଂ ପିଜି ର ଦ୍ୱିତୀୟ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ବିକଳ୍ପ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତୀଙ୍କୁ ଆଗାମୀ ଶ୍ରେଣୀକୁ ଉତ୍ତତ୍ତିର୍ଣ୍ଣ କରାଯିବ ।
ଲକ୍ ଡାଉନ୍ ପାଇଁ ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ହୋଇପାରି ନାହିଁ । ସେଥିପାଇଁ ଆଜି ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଭାଇସଚାନସେଲରଙ୍କ ସହ ଭିଡିଓ କନଫରେନସିଙ୍ଗ ଜରିଆରେ ବୈଠକ କରିଥିଲେ । ଏହି ବୈଠକ ନିଷ୍ପତି ନିଆଯାଇଛି କି ଆଉ ପରୀକ୍ଷା କରାଯିବ ନାହିଁ ବିକଳ୍ପ ବ୍ୟବସ୍ଥା ଦ୍ୱାରା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାୟନ କରି ଆଗାମୀ ଶ୍ରେଣୀକୁ ଉତ୍ତିର୍ଣ୍ଣ କରାଯିବ । ଏହାସହିତ ୟୁଜିସି ସର୍ତ୍ତବଳୀ ଅନୁସାରେ ଯୁକ୍ତ ୩ ଏବଂ ପିଜିର ଛାତ୍ରଛାତ୍ରୀମାନେ ନିଜେ ଅଧ୍ୟୟନ କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।