କଟକ (ଏଟିଆର ବ୍ୟୁରୋ); ମଙ୍ଗଳବାର ରାଜ୍ୟରେ ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଝିଅମାନେ ବାଜି ମାରିନେଇଛନ୍ତି । ଚଳିତ ବର୍ଷ ମେଟ୍ରିକ ପାସ ହାର ରହିଛି ୭୦.୭୮ ଶତକଡା । ସେଥିମଧ୍ୟରୁ ୨ଲକ୍ଷ ୫ହଜାର ୪୭୦ ଛାତ୍ରୀ ରହିଥିବା ବେଳେ ପୁଅ ମାନଙ୍କ ସଂଖ୍ୟା ରହିଛି ୧ଲକ୍ଷ ୯୧ ହଜାର ୬୫୫ । ତେବେ ଏଥିରୁ ସ୍ପଷ୍ଠ ହୋଇଛି ଚଳିତ ବର୍ଷ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପାସ ହାର ଅଧ୍ଚଳ ରହିଛି । ସେହିଭଳି ୧୧୮୧ ଜଣ ଛାତ୍ରଛାତ୍ରୀ ଏ ୱାନ ଗ୍ରେଡରେ ପାସ କରିଛନ୍ତି । ସେହିପରି ଝାରସୁଗୁଡାରେ ସର୍ବାଧିକ ପାସ ହାର ରହିଛି । ୮୫.୪୮ ପ୍ରତିଶତ ଏହି ଜିଲ୍ଲାରେ ପାସ ହାର ରହିଛି । ସର୍ବନିମ୍ନ ପାସ ହାର ରହିଛି କୋରାପୁଟ ଜିଲ୍ଲାରେ । ଏହି ଜିଲ୍ଲାରେ ୫୦.୬୧ ପ୍ରତିଶତ ରହିଛି ।
ଚଳିତ ବର୍ଷ ୨୮୯ ସ୍କୁଲରେ ପାସ ଶତପ୍ରତିଶତ ରହିଛି । ଅପରପକ୍ଷରେ ୮୨ଟି ବିଦ୍ୟାଳୟରେ ପାସହାର ଶୂନ ରହିଛି । ଚଳିତ ବର୍ଷ ୫ଲକ୍ଷ ୬୨ ହଜାର ୨୧୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୩ଲକ୍ଷ ୯୭ ହଜାର ୨୨୫ଜଣ ଛାତ୍ର ଛାତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ଛାତ୍ରୀମାନଙ୍କୁ ଟ୍ୱିଟ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ କରି ଲେଖିଛନ୍ତି ‘ଦଶମ ବୋର୍ଡ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।’