ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଓଜେଇଇ କାଉନସେଲିଂ । ବି-ଟେକ୍, ବି-ଆର୍କ, ବି-ସାଟ୍ ଏବଂ ଇଣ୍ଟିଗ୍ରେଟେଡ ଏମଏସସି ପାଠ୍ୟକ୍ରମ ପାଇଁ ୱେବସାଇଟ କାଉନସେଲିଂ ପ୍ରକ୍ରିୟାରେ ନାମଲେଖା ହେବ । ରାଜ୍ୟର ସମସ୍ତ ସରକାରୀ ବେସରକାରୀ କଲେଜ୍ ଓ ବିଦ୍ୟାଳୟରେ ନାମ ଲେଖାଯିବ । ଅଗଷ୍ଟ ୧୪ ଯାଏଁ ଏହି ପ୍ରକ୍ରିୟା ଚାଲିବ ।
ଏଥିପାଇଁ ଜୁଲାଇ ୧୨ ଯାଏଁ ଚଏସ ଫିଲିଂ ଏବଂ ୧୪ ରେ ଚଏସ୍ ଲକିଂ । ଏହାସହିତ ଜୁଲାଇ ୧୫ ସୁଦ୍ଧା ପଞ୍ଜିକରଣ ।
ସୂଚନାଯୋଗ୍ୟ, ଚଳିତବର୍ଷ ରାଜ୍ୟରେ ମୋଟ ୪୮୭୮୩ ଛାତ୍ରଛାତ୍ରୀ ଓଜେଇଇ ରାଙ୍କ ହାସଲ କରିବାରେ ସଫଳ ହୋଇଛନ୍ତି ।