ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଜେଇଇ ପରୀକ୍ଷା ସୂଚୀ ଆଜି ପ୍ରକାଶ ପାଇଛି । ତିନୋଟି ସିଫ୍ଟରେ କରାଯିବ ପରୀକ୍ଷା । ଫାଷ୍ଟ ସିଫ୍ଟ ୯ ଟାରୁ ୧୧ଟା ରହିଥିବା ବେଳେ ସେକଣ୍ଡ ସିଫ୍ଟ ସାଢେ ୧୨ଟାରୁ ସାଢେ ୨ ଟା ଏବଂ ଥାର୍ଡ ସିଫ୍ଟ ୪ ଟାରୁ ୬ ଟା ରଖାଯାଇଛି । ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେଥିପାଇଁ ସେମାନଙ୍କୁ ଅକ୍ଟୋବର ୫ରୁ ଆଡମିଟକାର୍ଡ ଡାଉନଲୋଡ କରିବାକୁ ହେବ । ଏହି ପରୀକ୍ଷା କମ୍ପୁଟର ବେସଡ ଟେଷ୍ଟ ମୋଡରେ କରାଯିବ ।
ଓଜେଇଇ ପରୀକ୍ଷା ପାଇଁ ଚଳିତବର୍ଷ ୭୯ ହଜାର ୮ ଶହ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ସେଥିପାଇଁ ୫୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେଥିରୁ ୩ ଟି କେନ୍ଦ୍ର ରାଜ୍ୟ ବାହାରେ ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ କରାଯାଇଛି ।