ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଲକ୍ ଡାଉନ୍ ଅବଧିକୁ ମେ’ ମାସ ୩ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି । ଏହାପରେ ଓଜେଇଇ ପରୀକ୍ଷାକୁ ଘଞ୍ଚାଇ ଦିଆଯାଇଛି । ମେ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଏହି ପରୀକ୍ଷାକୁ ଲକ୍ ଡାଉନ୍ ଅବଧି ପାଇଁ ଘୁଞ୍ଚାଇ ଦିଆଯାଇଛି । କିନ୍ତୁ ପରୀକ୍ଷା କେବେ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ରାଜ୍ୟର ଥିବା ସରକାରୀ ଏବଂ ଘରୋଇ କଲେଜର ସିଟ୍ ପୁରଣ କରିବା ପାଇଁ ମେ ମାସ ପ୍ରଥମ ସପ୍ତାହ ଓଜେଇଇ ପରୀକ୍ଷା ହେବାକୁ ଥିଲା । ଏହି ପରୀକ୍ଷା ଦେବା ପାଇଁ ଅନେକ ପିଲା ଆବେଦନ ମଧ୍ୟ କରିଥିଲେ । କିନ୍ତୁ କରୋନା ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।