ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଲକ୍ ଡାଉନ୍ ପାଇଁ ଛାତ୍ର ଛାତ୍ରୀଙ୍କ ପାଠ ପଢା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପିଲାମାନେ କିପରି ଘରେ ରହି ପାଠ ପଢିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ସହ ପିଲାଙ୍କ ପାଖରେ ବହି ପହଁଚାଇବା ଲାଗି ଯୋଜନା କରାଯାଇଛି । ଏହାସହିତ ଆଗାମୀ ୫ ଦିନ ମଧ୍ୟରେ ପିଲାମାନଙ୍କ ନିକଟରେ ବହି ପହଁଚାଇବାକୁ ସମସ୍ତ ଡିଇଓ ଓ ଡିସିପିଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀର ପିଲାମାନଙ୍କ ଘରକୁ ଯାଇ ଶିକ୍ଷକ ଶିକ୍ଷୟତ୍ରୀମାନେ ବହି ପହଁଚାଇବେ । ବହି ବାଣ୍ଟିବା ବେଳେ ସାମିଜିକ ଦୂରତା ଅବଲମ୍ବନ କରାଯିବ । ଏହାସହିିତ କୌଣସି ହଟ୍ ସ୍ପଟ୍ ଅଞ୍ଚଳରେ ଥିବା ଛାତ୍ର-ଛ୍ରୀଙ୍କୁ ବହି ବଞ୍ଚାଯିବ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।