ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଶେଷରେ ବାତିଲ ହୋଇଛି ଓଟିଇଟି (ଓଡିଶା ଟିଚର ଏଲିଜିବିଲିଟୀ ଟେଷ୍ଟ) ପରୀକ୍ଷା ।
ଆଜି ସକାଳୁ ଏହି ପରୀକ୍ଷା ଆରମ୍ଭ ହୋଇଥିଲା । ସେଥିପାଇଁ ଦୁଇଟି ସିଟିଂ କରାଯାଇଥିଲା । ପ୍ରଥମ ସିଟିଂର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ମାତ୍ର ଏହି ପ୍ରଶ୍ନ ପତ୍ର ଅସଲି କି ନକଲି ତାହା ସ୍ପଷ୍ଟ ହୋଇନଥିବାରୁ ପ୍ରଥମ ସିଟିଂ ପରୀକ୍ଷା ଶେଷ ହୋଇଯାଇଥିଲା । ଏନେଇ ବୋର୍ଡ ପକ୍ଷରୁ ଯାଞ୍ଚ କରାଯିବା ପରେ ସେକେଣ୍ଡ ସିଟିଂ ପରୀକ୍ଷାକୁ ବାତିଲ କରିଦିଆ ଯାଇଛି ।
ଏହି ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଦୁର୍ଭାଗ୍ୟ ଜନକ ପରୀକ୍ଷାକୁ ଆଉଥରେ କରାଯିବ । ମାତ୍ର କେବେ ହେବ ତାହା ପରମୁହୂର୍ତ୍ତରେ ଘୋଷଣା କରାଯିବ ବୋଲି ବୋର୍ଡ ସଭାପତି ଜାହାନ ଆର ବେଗମ ସୂଚନା ଦେଇଛନ୍ତି ।