ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ଆଜିଠୁ ଆରମ୍ଭ ହୋଇଛି ପିଜି ଏକକ ପ୍ରବେଶିକା ପରୀକ୍ଷା । ଏହି ପରୀକ୍ଷା ତିନୋଟି ସିଫ୍ଟରେ ଆରମ୍ଭ ହୋଇଛି । ଆସନ୍ତା ୨୨ ତାରିଖ ଯାଏଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ଆଜିଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି ।
କରୋନା କଟକଣା ମଧ୍ୟରେ ଛାତ୍ରଛତ୍ରୀ ପରୀକ୍ଷା ଦେଇଛନ୍ତି । ସେଥିପାଇଁ ମୋଟ ୨୬ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତିନୋଟି ସିଫ୍ଟରେ ହେଉଥିବା ଏହି ପରୀକ୍ଷାରେ ପ୍ରତ୍ୟେକ ସିଫ୍ଟ ପରେ ଏକ ଘଣ୍ଟା ଲେଖାଁଏ ଗ୍ୟାପ ରହୁଛି । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । କୋଭିଡର ଗାଇଡ ଲାଇନ ପାଳନ କରି ପରୀକ୍ଷା ଦେଉଛନ୍ତି ଛାତ୍ରଛତ୍ରୀ ।