ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅନଲାଇନରେ ହେବ ଉକ୍ରଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଦ୍ୱିତୀୟ ଏବଂ ଅନ୍ତିମ ସେମିଷ୍ଟାର ପରୀକ୍ଷା । ଜୁଲାଇ ମାସରେ ଏହି ପରୀକ୍ଷା କରିବାର ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ ।
ପିଜି କାଉନସିଲର ଚେୟାରମ୍ୟାନ ବସନ୍ତ କୁମାରଙ୍କ ଅନୁଯାୟୀ, ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀମାନେ ଶରିରୀକ ଭାବେ କ୍ଲାସରେ ଆସି ପରୀକ୍ଷା ଦେବାର ସମ୍ଭାବନା ନଥିବାରୁ ଅନଲାଇନରେ ପରୀକ୍ଷା କରିବାର ନିଷ୍ପତି ନିଆଯାଇଛି । ଏଯର୍ପ୍ୟନ୍ତ ପରୀକ୍ଷାର ସୂଚୀ ସ୍ଥିର ହୋଇନଥିବା ବେଳେ ଜୁଲାଇ ୧୫ ରୁ ୨୦ ତାରିଖ ମଧ୍ୟରେ ମିଡ୍-ସେମିଷ୍ଟାର ଏବଂ ଜୁଲାଇ ଶେଷ ସୁଧା ଅନ୍ତିମ ସେମିଷ୍ଟାର ଶେଷ ହେବାର ରହିଛି ।