ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପ୍ରକାଶ ପାଉଛି +୨ କଳା ଏବଂ ବାଣିଜ୍ୟ ଏବଂ ଧନ୍ଦା ମୂଳକ ଶିକ୍ଷାର ରେଜଲ୍ଟ । ଭୁବନେଶ୍ବର ସ୍ଥିତ ସୂଚନା ଭବନରେ ଦିନ ୩ଟା ବେଳେ ପ୍ରକାଶ ପାଇବ ପରୀକ୍ଷା ଫଳ । ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ୱେବସାଇଟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଓରିସାରେଜଲ୍ଟ ଡଟ୍ ଏନଆଇସି ଡଟ ଇନ୍ ଏବଂ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିଏଚଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ ।
ଚଳିତ ବର୍ଷ କଳାରେ ୨ଲକ୍ଷ ୩୫ହଜାର ୧୮ ଛାତ୍ରଛାତ୍ରୀ , ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକରେ ୬ ହଜାର ଛାତ୍ରଛାତ୍ରୀପରୀକ୍ଷା ଦେଇଛନ୍ତି । ସେହିଭଳି ଧନ୍ଦାମୂଳକ ପରୀକ୍ଷା ଦେଇଛନ୍ତି ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ ।ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତବର୍ଷ ବାତ୍ୟା ଫୋନି ପ୍ରଭାବରେ ଖାତା ଦେଖାରେ ବିଳମ୍ବ ହୋଇଥିବାରୁ ଫଳ ପ୍ରକାଶ ପାଇବାରେ ତିନି ସପ୍ତାହରୁ ଅଧିକ ବିଳମ୍ବ ହୋଇଛି ।