ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦା ମୂଳକ ପରୀକ୍ଷା ଫଳ ଜୁନ ୧୭ କିମ୍ବା ୧୮ ରେ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ । ଶ୍ରୀଦାସ ସୂଚନା ଦେଇ କହିଛନ୍ତି ରଜପରେ ୧୭ କିମ୍ବା୧୮ ତାରିଖରେ ପ୍ରକାଶ ପାଇପାରେ । ଚଳିତ ବର୍ଷ କିଛି ପିଲାଙ୍କର ଉତ୍ତର ଖାତାରେ ତୃଟି ପରିଲକ୍ଷିତ ହୋଇଛି ଯାହା ଫଳରେ ମାର୍କ ସିଟ୍ ମେଳ ଖାଉ ନାହିଁ ।
ତେଣୁ ପରୀକ୍ଷା ଫଳ ବାହାରିବାରେ ସମାନ୍ୟ ବିଳମ୍ବ ହେଉଛି । ଖାତା ଗୁଡିକ ଓ ମାର୍କ ସିଟ ଠିକ କରିବାକୁ ଆଉ ୨ କିମ୍ବା ୩ ଦିନ ସମୟ ଲାଗିପାରେ ବୋଲି ସୂତ୍ରରୁ ଖବର ମିଳିଛି । ଯୁକ୍ତ ୨ ପରୀକ୍ଷା ଫଳ ଗତ ଜୁନ ୩ ତାରିଖେରେ ପ୍ରକାଶ ପାଇଥିଲା ।
ଚଳିତ ବର୍ଷ ବିଜ୍ଞାନରେ ପାସ ହାର ରହିଥିଲା ୭୨.୩୩% । ପ୍ରଥମ ଶ୍ରେଣୀରେ ପାସ୍ ହାର ୨୯.୪୨% । ଦ୍ୱିତୀୟ ଶ୍ରେଣୀରେ ପାସ୍ ହାର ୩୩.୮୧% ରହିଛି ୯୭, ୭୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୭୦, ୭୧୬ ଜଣ ପାସ୍ କରିଛନ୍ତି । ୪୦, ୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୬୪୮ ଛାତ୍ରୀ ପାସ୍ କରିଛନ୍ତି । ଗତବର୍ଷ ୭୬.୮୯ ପ୍ରତିଶତ ପାସ ହାର ଥିବା ବେଳେ ଏଥରକ ୭୨.୩୩ ରହିଛି ।