ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହୋଇସାରିଛି । ଏହି ପରୀକ୍ଷା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷାରେ ଆଜି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅନୁଷ୍ଠିତ ହୋଇଛି । ଜୁଲାଇ ୧୯ ଓ ୨୦ରେ କଳା ଓ ବିଜ୍ଞାନ ବିଭାଗ ସମେତ କଳା ଓ ବାଣିଜ୍ୟ ବିଭାଗର ଡିଷ୍ଟାଣ୍ଟସ୍ ଏଜୁକେସନ୍ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।
ଚଳିତବର୍ଷ ମୋଟ ୧୧୦୬ ଛାତ୍ରଛାତ୍ରୀ ଇନ୍ଷ୍ଟାଣ୍ଟ ପରୀକ୍ଷା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୮୨୦ଜଣ ଫର୍ମ ପୂରଣ କରିଛନ୍ତି। ପରୀକ୍ଷା ପାଇଁ ସାରା ରାଜ୍ୟରେ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ପରୀକ୍ଷା ସୁଚାରୁ ରୂପେ କରାଯିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।