ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦ୍ୱିତୀୟ ବର୍ଷ ତଥା ୨୦୨୦-୨୧ ଶିକ୍ଷାବର୍ଷର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା । କ୍ଲାସରୁମରେ ଛାତ୍ରଛତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତଙ୍କ ପାଇଁ କୋଭିଡ ନିୟମ ପାଳନ କରିବା ବାଧ୍ୟତାମୂଳକ । ଯେପରିକି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି ।
ଯଦି କୌଣସି ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ରହିଥିବେ ତେବେ ସେମାନଙ୍କୁ ଶିକ୍ଷାନୁଷ୍ଠାନକୁ ଆସିବା ବାରଣ କରାଯାଇଛି । ନିୟମିତ ବ୍ୟବଧାନରେ କ୍ୟାମ୍ପସକୁ ବିଶୋଧନ କରାଯିବ । କ୍ୟାମ୍ପସରେ କେହି ଛେପ ପକାଇବେ ନାହିଁ । ଏଥିପାଇଁ କଟକଣା ରହିଛି । କ୍ଲାସରୁମରେ ଅସୁସ୍ଥତା ଅନୁଭବ କଲେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ କୁହାଯାଇଛି ।