ଭୁବନେଶ୍ୱର(ଏଟିଆର ବ୍ୟୁରେ): ରାଜ୍ୟ ସରକାର ଶିକ୍ଷା ବିଭାଗରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଗତ କିଛି ଦିନ ତଳେ କଲେଜରେ ଏକ୍ସଟ୍ରା କ୍ଲାସ ହେବ ବୋଲି ନିଷ୍ପତି ନିଆଯାଇ ଥିଲା । ଏହି ଏକ୍ସଟ୍ରା କ୍ଲାସର ମୂଳ ଉଦ୍ଦେଶ୍ୟ ହେଲା କଲେଜରେ ଉପସ୍ଥାପନ କମ ଥିବା ଛାତ୍ରଛାତ୍ରୀ ଓ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରିବା। ଏହା ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇ କହିଛନ୍ତି ଯେ, ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀ ମାନେ ପାସ ନକଲେ ଦ୍ୱିତୀୟ ବର୍ଷକୁ ଉତ୍ତିର୍ଣ୍ଣ କରି ପାରିବେ ନାହିଁ ।
ମନ୍ତ୍ରୀଙ୍କ କହିବା ଅନୁସାରେ ଯୁକ୍ତ ଦୁଇ ପରୀକ୍ଷାରେ ସଂସ୍କାର ଅଣାଯାଇ ଏହି ପଦକ୍ଷେପ ନିଆଯାଇଛି । ଏହି ନିଷ୍ପତି ଅନୁସାରେ ଏଣିକି ଯୁକ୍ତ ଦୁଇରେ ଦୁଇଟି ପରୀକ୍ଷା ହେବ । ଯଦି ପ୍ରଥମ ବର୍ଷ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ ହେଉଛନ୍ତି ତେବେ ସେ ଆଉ ଦ୍ୱିତୀୟ ବର୍ଷକୁ ଉତ୍ତିର୍ଣ୍ଣ ହୋଇ ପାରିବେ ନାହିଁ । ପୁଣି ପ୍ରଥମ ବର୍ଷର ନାମ ଲେଖାଇ ପରୀକ୍ଷାରେ ପାସ ହୋଇ ଦ୍ୱିତୀୟ ବର୍ଷକୁ ଯିବେ । ତେବେ ପ୍ରଥମ ବର୍ଷର ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କୁ ୩୩% ପ୍ରତିଶତ ନଂମ୍ବର ରଖିବାକୁ ପଡିବ । ଏହା ସହ ପ୍ରଥମ ବର୍ଷ ପରୀକ୍ଷାରେ ପାସ ହେବା ଲାଗି ଛାତ୍ରଛାତ୍ରୀ ମାନଙ୍କୁ ଦୁଇଟି ସୁଯୋଗ ଦିଆଯିବ ବୋଲି ସ୍ଥିର କରାଯାଇଛି ।