ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କିଛି ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିଛି । ପ୍ରକାଶ ପାଇଥିବା ବିଜ୍ଞପ୍ତି ମଧ୍ୟରେ ୧୧୪୨ଟି କେନ୍ଦ୍ର ମଧ୍ୟରୁ ୨୦ଟି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ପରିଚାଳନା କିମିଟିର ଜରୁରୀ କାଳୀନ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଖୁବ ଶୀଘ୍ର ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଗୁଡିକ ପିକ୍ସିଂ କରାଯାଇଥିବାର ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ଆଣିଥିଲେ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା ଓ କିଶୋର ମାହାନ୍ତି । କମିଟି ସଦସ୍ୟଙ୍କ ଅଭିଯୋଗ ଥିଲା କି କିମିଟି ଦେଇଥିବା ପରୀକ୍ଷା କେନ୍ଦ୍ରର ତାଲିକାକୁ ବଦଳାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକ ନୂଆ ତାଲିକା ପ୍ରକାଶ କରିଛି । ପୂର୍ବ ବର୍ଷ ଯେଉଁ ପରୀକ୍ଷା କେନ୍ଦ୍ରରେ କମି ଧରାଯାଇଥିଲା ଓ କେନ୍ଦ୍ରକୁ ସ୍କ୍ରାଚ କରାଯାଇଥିଲା ସେହି କେନ୍ଦ୍ର ଗୁଡିକୁ ପରୀକ୍ଷା କେନ୍ଦ୍ର କରିବାରୁ କମିଟି ତାଲିକାରୁ ବାଦ ପକାଇଥିଲା । ହେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କିଛି କର୍ମଚାରୀ କଲେଜ ମାନଙ୍କ ଠାରୁ ଟଙ୍କା ନେଇ ତାଲିକାକୁ ବଦଳାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।