ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ କରୋନା ମହାମାରୀ ପାଇଁ ସବୁ କିଛି ବିଳମ୍ବିତ ହେଉଛି । ତେବେ ଚଳିତ ବର୍ଷ ଯୁକ୍ତ ୨ ନାମ ଲେଖା ପାଇଁ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟଞ ଅନଲାଇନରେ କଲେଜ ପାଇଁ ଆବେଦନ କରାଯିବ । ମାତ୍ର ଏଥର ଆଉ ଛାତ୍ରଛାତ୍ରୀ କମନ ଆପ୍ଲିକେସନ ଡିପୋଜିଟ କରିବାକୁ ସାମସ ସେଣ୍ଟର ଯିବେ ନାହିଁ । ସେହିଭଳି ଆବେଦନ ସମୟରେ ଯଦି ଛାତ୍ରଛାତ୍ରୀ କୌଣସି ଆବଶ୍ୟକୀୟ କାଗଜପତ୍ର ଦେଇ ପାରୁନାହାନ୍ତି ତେବେ ଏଥିପାଇଁ ସେମାନଙ୍କୁ ୧ ମାସ ସମୟ ଦିଆଯିବ ।
ଯଦି ଏହି ସମୟ ମଧ୍ୟରେ ଡକ୍ୟୁମେଣ୍ଟ ଦେଇ ନହୁଏ ତେବେ ନାମ ଲେଖାକୁ ବାତିଲ କରାଯିବ । ସେହିଭଳି ଚଳିତ ବର୍ଷ ଆବେଦନ ଫିକୁ ମଧ୍ୟ ହ୍ରାସ କରାଯାଇଛି । ପୂର୍ବରୁ ଏହଥିପାଇଁ ଛତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିରେ ୧୦୦ ଟଙ୍କା ହ୍ରାସ କରାଯାଇ ୨୦୦ ଟଙ୍କାକୁ ସ୍ଥିର କରାଯାଇଛି । ସେହିଭଳି ଯେଉଁ ପିଲାମାନଙ୍କୁ ନାମଲେଖା ଅନୁମିତି ନ ମିଳିବ ସେମାନେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଅନୁସାରେ ଆବେଦନ କରୀପାରିବେ ।