ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତଦୁଇ ନାମଲେଖା ପାଇଁ ମେ ୨୯ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ଆବେଦନ ପ୍ରକ୍ରିୟା ମେ ୨୯ ରୁ ଆରମ୍ଭ ହୋଇ ଜୁନ ୨୦ ଯାଏଁ ଚାଲିବ । ଜୁ୍ନ୍ ୨୮ ରେ ପ୍ରକାଶ ପାଇବ କଟ୍ ଅଫ୍ ତାଲିକା । ଏହାପରେ ଜୁନ୍ ୨୯ ରୁ ଜୁଲାଇ ୫ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ।