ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାସହ ଚଳିତ ବର୍ଷ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଦଶମ ପରୀକ୍ଷାରେ ଉତ୍ତିନ୍ନ ହୋଇଥିବାରୁ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ଯୁକ୍ତ ଦୁଇ କଲେଜରେ ସିଟ ସଂଖ୍ୟା କୁ ବୃଦ୍ଧି କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାଇ, ୧୨ ତାରିଖରୁ ସାମ୍ସ ପୋର୍ଟାଲ ଖୋଲିବ ଓ ଆଡମିଶନ ପ୍ରକ୍ରିୟା ଆରମ୍ଭ କରାଯିବ । ଖାଲି ସେତିକି ନୁହେଁ ମହାମାରୀ କାରଣରୁ ଚଳିତ ବର୍ଷ ଆଡମିଶନ ଫି କୁ ବୃଦ୍ଧି କରାଯାଇ ନାହିଁ । ଏହାସହ ସେଲଫ ଫାଇନାନ୍ସ କୋର୍ସରେ ମଧ୍ୟ ଫି କୁ ବଢାଯାଇନାହିଁ । ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ବିଗିଡି ଯାଇଥିବା ବେଳେ ଏହାକୁ ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରଚେଷ୍ଟାକୁ ଜାରି ରଖାଯାଇଛି ।
ଦଶମ ଶ୍ରେଣୀ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାକ ଛାତ୍ରଛାତ୍ରୀ ଉତିନ୍ନ ହୋଇଥିବାରୁ ଯୁକ୍ତି ଦୁଇ ନାମ ଲେଖା ସମୟରେ କଲେଜରେ ସିଟ ସମସ୍ୟା ସୃଷ୍ଟି ହେବା ନେଇ ଚିନ୍ତା ବଢିଥିବା ବେଳେ ମନ୍ତ୍ରୀ କଲେଜ ଗୁଡିକରେ ସିଟ ବଢାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ।