ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ ଫର୍ମ ପୁରଣ ଅବଧି ବୃଦ୍ଧି କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଚାଲିଛି । ଏବେ ସୁଦ୍ଧା ମୋଟ ୩ ଲକ୍ଷ ଏକ ହଜାର ୭୯୭ ଜଣ ଛାତ୍ରଛାତ୍ରୀ ଫର୍ମ ପୁରଣ ହୋଇଛି । ଏହାସହିତ ଏପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ପୁରଣ କରି ନାହାନ୍ତି ସେମାନେ ଜାନୁଆରୀ ୧୮ ସୁଦ୍ଧା ଫର୍ମ ପୁରଣ କରିପାରିବେ । ସେଥିପାଇଁ ସେମାନଙ୍କୁ ୪୫୦ ଟଙ୍କା ଜରିମାନା ଦେବାକୁ ପଡିବ ।
ଜାନୁଆରୀ ୧୧ ରୁ ୧୮ ତାରିଖ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପାଠ୍ୟକ୍ରମର ଛାତ୍ରଛାତ୍ରୀ ସେମାନଙ୍କର ଫର୍ମ ପୁରଣ କରିପାରିବେ । ଏହାପରେ ଆଗକୁ ଆଉ ସମୟ ସୀମା ବୃଦ୍ଧି କରାଯିବ ନାହିଁ । ଏନେଇ ପ୍ରକାଶିତ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି ।