ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷରେ ସବୁ ପ୍ରତିକ୍ଷାରୁ ଅନ୍ତ ଘଟିଛି । ସୋମବାର ପ୍ରକାଶ ପାଇଛି +୨ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ବିଜ୍ଞାନରେ ପାସ ହାର ରହିଛି ୭୨.୩୩% । ପ୍ରଥମ ଶ୍ରେଣୀରେ ପାସ୍ ହାର ୨୯.୪୨% । ଦ୍ୱିତୀୟ ଶ୍ରେଣୀରେ ପାସ୍ ହାର ୩୩.୮୧% ରହିଛି । ବାଲେଶ୍ୱର ଜିଲ୍ଲାର ସର୍ବାଧିକ ଛାତ୍ର ଛାତ୍ରୀ ପାସ କରିଥିବା ସୂଚନା ମିଳିଛି । ରେଜଲ୍ଟ ଦେଖିବା ପାଇଁ ଛାତ୍ର ଛାତ୍ରୀଙ୍କ ଭିଡ ଜମିଛି ।
ଆଜି ମଧ୍ୟାହ୍ନ ୧୨ଟାରେ +୨ ବିଜ୍ଞାନ ଫଳ ପ୍ରକାଶ ପାଇଛି । ଏଥର ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୁକଲେଟ୍ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ୯୭, ୭୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୭୦, ୭୧୬ ଜଣ ପାସ୍ କରିଛନ୍ତି। ୪୦, ୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୬୪୮ ଛାତ୍ରୀ ପାସ୍ କରିଛନ୍ତି।
ଚଳିତ ବର୍ଷ ରେଜଲ୍ଟ ବାହାିବାରେ ବିଳମ୍ବ ହୋଇଛି । ବାତ୍ୟା ଏବଂ ନିର୍ବାଚନ ପାଇଁ ବିଳମ୍ବର କାରଣ । ତେବେ ଗତବର୍ଷ ଅପେକ୍ଷା ଏଥର ପାସ ହାର ମଧ୍ୟ କମିଛି । ଗତବର୍ଷ ୭୬.୮୯ ପ୍ରତିଶତ ପାସ ହାର ଥିବା ବେଳେ ଏଥରକ ୭୨.୩୩ ରହିଛି । ଏହାପରେ କଳା ଏବଂ ବିଜ୍ଞାନ ଫଳାଫଳ ମଧ୍ୟ ଆସିବ ବୋଲି ସୂଚନା ମିଳିଛି । ତେବେ ଏହି ଫଳାଫଳ କେବେ ଆସିବ ତାଉପରେ ସମସ୍ତଙ୍କ ନଜର ।