ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଦିନ ୧୧ଟାରେ ସିଏଚଏସଇ କାର୍ଯ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପରୀକ୍ଷା ଫଳ ଘୋଷଣା କରିଛନ୍ତି ।
ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି ।
ରେଜଲ୍ଟ ବାହାରିବାର ଘଣ୍ଟାଏ ପରେ ୱେବସାଇଟରେ ଛାତ୍ରଛାତ୍ରମାନେ ରେଜଲ୍ଟ ଦେଖିପାରିବେ । ସାମ୍ସ ପୋର୍ଟାଲରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ ।