ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଫଳ । ମଧ୍ୟାହ୍ନ ୧୨ଟାରେ ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମେତ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିବେ।
ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନର କିଛି ସମୟ ପରେ ଛାତ୍ରଛାତ୍ରୀ www.orissaresults.nic.in ଓ www.chseodisha.nic.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଛାତ୍ରଛାତ୍ରୀ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ଫଳ ଜାଣିପାରିବେ। ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ପାଇଁ ବ୍ରଗ୍ୟ ହୋଇ ଗଲେଣି । କଳା ଏବଂ ବାଣିଜ୍ୟ ଫଳାଫଳ ଆଉ ଅଳ୍ପ ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ +୨ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି । ନିର୍ବାଚନ ଏବଂ ବାତ୍ୟା ପାଇଁ ବିଳମ୍ବ ହୋଇଛି ରେଜଲ୍ଟ ଆସିବା ।
ସୂଚନାଯୋଗ୍ୟ, ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ୭୬.୯୮ ପ୍ରତିଶତ ଛାତ୍ରଛାତ୍ରୀ ବିଜ୍ଞାନରେ ପାସ୍ ହୋଇଥିଲେ। ଚଳିତ ବର୍ଷ ମେଟ୍ରିକରେ ଝିଅମାନେ ବାଜି ମାରିଥିଲେ । ତେବେ +୨ରେ କିଏ ବାଜି ମାରୁଛି ତାଉପରେ ସମସ୍ତଙ୍କ ନଜର ।