ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ +୩ ନାମ ଲେଖା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୪ ତାରିଖରୁ ଏନେଇ ପିଲାମାନେ ଅନଲାଇନରେ ଆବେ ଦନ କରି ପାରିବେ ।ଜୁଲାଇ ୧୧ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧୮ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଅଗଷ୍ଟ ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷେ ଚଳିତ ମାସ ୨୧ ତାରିଖରେ ପ୍ରକାଶ ପାଇବ +୨ କଳା,ବାଣିଜ୍ୟ ଏବଂ ଧନ୍ଦା ମୂଳକ ଶିକ୍ଷାର ଫଳାଫଳ । ଅପରାହ୍ନ ସାଢ଼େ ତିନିଟାରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତବର୍ଷ ୨,୩୫,୧୮୩ ଜଣ ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିଭଳି ଧନ୍ଦାମୂଳକ ପରୀକ୍ଷା ଦେଇଛନ୍ତି ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ ।
ପୂର୍ବରୁ ଜୁନ୍ ୩ ତାରିଖରେ ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇ ସାରିଛି । ଅନ୍ୟପଟେ ଆଜି ଯୁକ୍ତ ୨ ପାଇଁ ଅନଲାଇନ ଆବେଦନର ରହିଛି ଶେଷ ତାରିଖ । ବିଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ ରେଜଲ୍ଟ ବାହାରିବା ପାଇଁ ବିଳମ୍ବ ହେଉଛି । ବହୁଦିନ ହେବ ପରୀକ୍ଷା ଦେଇ ଅପେକ୍ଷା କରି ବସିଥିବା ଛାତ୍ର ଛାତ୍ରୀଙ୍କ ଆଗ୍ରହ ବଢ଼ି ଯାଇଛି ।