ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠୁ ଆରମ୍ଭ ଆବେଦନ ପ୍ରକ୍ରିୟା । ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆବେଦନ ନିମନ୍ତେ ସାଧାରଣ ବର୍ଗର ଛାତ୍ରୀଛାତ୍ରୀ ୨ ଶହ ଟଙ୍କା ପୈଠ କରିବେ । ସେହିପରି ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀ ଶହେ ଟଙ୍କା ପୈଠ କରିବେ ।
ଅଗଷ୍ଟ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୧୯ ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୨୫ ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବ । ଅନ୍ୟପଟେ ସେପ୍ଟେମ୍ବର ୨ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ।