ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅଗଷ୍ଟ ୨୮ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଦଶମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭ ଖାତା ଦେଖା ସରିଥିôବାବେଳେ ଏବେ ମୂଲ୍ୟାଙ୍କନ ପ୍ରକ୍ରିୟାକରଣ ଚାଲିଛି । ମାଟ୍ରିକ ପିଲାଙ୍କ ଗ୍ରେଡ ସ୍ଥିର ହୋଇଥିବାବେଳେ ଏ-୧, ଏ-୨ ଗ୍ରେଟ ପାଇଥିବା ପିଲାଙ୍କ ମାର୍କକୁ ଯାଞ୍ଚ କରାଯାଉଛି ।
ଚଳିତବର୍ଷ କରୋନା ସଂକ୍ରମଣ ପାଇଁ ଛାତ୍ରଛାତୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଶମ ପରୀକ୍ଷାକୁ ବାତିଲ କରାଯାଇଥିଲା । ଓ ପରବତ୍ତର୍୍ୀ ସମୟରେ ବିକଳ୍ଫ ପଦ୍ଧତି ଆଧାରରେ ଓ ସିପିଏସଇ ମୁଲ୍ୟାଙ୍କନ ପଦ୍ଧତିକୁ ଅନୁøରଣ କରି ଜୁନ ୨୫ ରେ ରେଜଲ୍ଟ ପ୍ରକାଶ ପାଇଥିଲା । ପୂର୍ବବର୍ଷମାନଙ୍କର ପାସ ହାରକୁ ଅତିକ୍ରମ କରି ଏଥର ପାସ ହାର ୯୭.୮୯ ରହିଥିଲା କିନ୍ତୁ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ମଧ୍ୟ ଅସନ୍ତୁଷ୍ଠ ହୋଇଥିବାର ଦେଖିବାକୁ ମିଳିଛି ।
ତେବେ ଅଫଲାଇନ ପରୀକ୍ଷା ଦେବା ପାଇଁ ପ୍ରାୟ ୧୫,୧୫୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨ହଜାରରୁ ଅଧିଖ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ଜୁଲାଇ ୩୦ ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୦୪ ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ।