ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ ୧୭ ଯାଏଁ ବନ୍ଦ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ୍ ଅବସରରେ କିଭଳି ପିଲାଙ୍କ ପାଠ ପଢା ହେଉଛି ସେନେଇ ସମସ୍ତ ସ୍ଥିତି ଜାଣିବା ଲାଗି ରାଜ୍ୟର ବିଦ୍ୟାଳୟକ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ କେନ୍ଦ୍ର ମାନବସମ୍ବଳ ବିଭାଗ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କଥା ହୋଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ଟେଲିଫୋନ୍ ମାଧ୍ୟରେ ଉଭୟ ମନ୍ତ୍ରୀ କଥା ହୋଇଛନ୍ତି । ଏହି ଅବସରରେ କରୋନା ବିଷୟରେ ଆଲୋଚନା କରିବା ସହ ରାଜ୍ୟର ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଏହାସହିତ ପିଲାଙ୍କ ପାଠ ପଢା ଲାଗି ରାଜ୍ୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ତଥା, ଖାସ୍ କରି ଦୂରଦର୍ଶନ ମାଧ୍ୟରେ ୧୦ମ ଛାତ୍ରଛାତ୍ରୀଙ୍କ ପାଠ ପଢା ଉପାୟକୁ ବେଶ୍ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ପିଲାମାନଙ୍କ କମ୍ପ୍ୟୁଟର ମାଧ୍ୟମରେ ପାଠ ପଢାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବଢାଇବା ଲାଗି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ।