ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଆଜିଠୁ ଆସନ୍ତା ୧୬ ତାରିଖ ଯାଏଁ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରଖିବାର ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଶ୍ରେଣୀ ଯାଏଁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ।
ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଆସନ୍ତା ୧୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ ଜାରି କରାଯାଇଛି । ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖି ସ୍କୁଲ ବନ୍ଦର ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।