ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଚଳିତ ମାସରେ ସ୍କୁୂଲ ଖୋଲିବ ନାହିଁ । ସ୍କୁୂଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଚନା ଦିଆଯାଇଥିଲା । କିନ୍ତୁ ଏବେ ଏହାକୁ ରାଜ୍ୟ ସରକାର ସ୍ଥଗିତ କରିଛନ୍ତି । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଚନା ଦେଇଛନ୍ତି । ରାଜ୍ୟରେ ଡ଼ିସେମ୍ବର ମାସ ସୁଧା ସଂକ୍ରମଣ ବଢିବାର ଆଶଙ୍କା କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ଫତି ନିଆଯାଇଛି ।
ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବା ପରେ ସେଠାକାର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ବହୁମାତ୍ରାରେ କରୋନାରେ ସଂକ୍ରମଣ ହୋଇଛନ୍ତି । ତେବେ ଆନ୍ଧପ୍ରଦେଶରେ ଏଭଳି ସଂକ୍ରମଣ ବଢୁଥିବାରୁ ନିଷ୍ଫତି ବଦଳାଇ ଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ରୁ ସ୍କୁଲ ବନ୍ଦ ରହିଛି । ଓ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି ।