ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଗତ ୬ ମାସରୁ ଅଧିକ ସମୟ ହେଲାଣି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇ ପଡିଛି । ଯାହାଫଳରେ ପିଲାଙ୍କ ପାଠ ପଢା ବନ୍ଦ ରହିଛି । ତେବେ ସ୍କୁଲ କେବେ ଖୋଳିବ ତାକୁ ନେଇ ଏବେ ଅନିଶ୍ଚିତତା ଭିତରେ ଅଭିଭାବକ ଓ ବିଦ୍ୟାର୍ଥୀ । ତେବେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଜାରି କଲେ ନୂଆ ଏସଓପି । ଆସନ୍ତା ସେପ୍ଟେମ୍ବର ୨୧ ପରାଠାରୁ ଆଂଶିକ ଭାବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ।
ଏନେଇ ଏବେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରୁଛନ୍ତି । ଅନଲକ ୪ ଗାଇଡ ଲାଇନର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅଯୋଇଛି ବିଦ୍ୟାର୍ଥୀ ଅଭିଭାବକଙ୍କ ପରାମର୍ଶ ଶିକ୍ଷକଙ୍କ ପରାମର୍ଶ କ୍ରମେ ସ୍କୁଲ ଯାଇପାରିବେ । ଏସଓପି ଅନୁସାରେ ସ୍କୁଲରେ ସାମାଜିକ ଦୂରତା ଓ ସ୍ୱଚ୍ଚତା ସହିତ ପାଳନ କରିବେ । ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ୬ ଫୁଟରୁ ଅଧିକ ରହିବ । ଫେସ ମାସ୍କ ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।
ନବମ ଶ୍ରେଶୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶିକ୍ଷକଙ୍କ ପରାମର୍ଶ ପାଇଁ ସ୍କୁଲ ଆସିବେ । ଏଥିପାଇଁ ଅଭିଭାବକ ଲିଖିତ ଭାବେ ଅନୁମତି ଦେବେ । ସେହିଭଳି ଯେଉଁ ବିଦ୍ୟାଳୟ ଗୁଡିକ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା ସେଗୁଡିକ ଭଲ ଭାବେ ସାନିଟାଇଜ କରାଯିବ । ବାୟୋମେଟ୍ରିକ ବ୍ୟବସ୍ଥା ରହିବ ନାହିଁ । ଏହା ବଦଳରେ ବିକଳ୍ପ ଉପସ୍ଥାପନ ବ୍ୟବସ୍ଥା ରହିବା ଭଳି ଗରୁତ୍ୱପୂର୍ଣ୍ଣ ଦିଗ ପ୍ରତି ନଜର ଦିଆଯିବ ।