ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୬ ତାରିଖରେ ଖୋଲିବ ସ୍କୁଲ । ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ, ଭିନ୍ନକ୍ଷମ ବିଭାଗ, ସଂଖ୍ୟାଲଘୁ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ହଷ୍ଟେଲ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ସରକାର । ଏନେଇ ଏସଓପି ଜାରି କରାଯିବା ସହିତ ଚିଠି ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମସ୍ତ କରୋନା ଗାଇଡଲାଇନ ପାଳନ କରି ସ୍କୁଲ ଖୋଲାଯିବ । ନିୟମିତ ଭାବେ ସ୍କୁଲଗୁଡିକୁ ସାନିଟାଇଜ କରାଯିବା ସ୍କୁଲ ଭିତରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କ୍ଲାସ ରୁମରେ କେବଳ ୨୦ ରୁ ୨୫ ପିଲା ବସିବେ । ସମସ୍ତ ଗାଇଡଲାଇନ କଡାକଡି ଭାବେ ପାଳନ କରାଯିବ ।