ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଶିକ୍ଷକଙ୍କ କଟା ଘା ରେ ଚୂନ ଲଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷକଙ୍କ ଆନ୍ଦୋଳନ ବାହାନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ନବୀନ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜରାସ୍ତା ରେ ଶିକ୍ଷକ ଓ ଅଧ୍ୟାପକ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୨୩ ଦିନରେ ପହଞ୍ଚିଲାଣି ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ଆନ୍ଦୋଳନ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷକ ମାନଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କୁ ରାଜ୍ୟ ସରକାର ବିରୋଧରେ ଉସକାଇଛନ୍ତି । ରାଜ୍ୟ ସରକାରଙ୍କ ଶିକ୍ଷକ ପ୍ରୀତି କୁ ନିନ୍ଦା କରିଛନ୍ତି ଶ୍ରୀ ପ୍ରଧାନ । ରାଜ୍ୟ ସରକାରଙ୍କ ରାଜସ୍ୱ ୭ ହଜାର କୋଟିରେ ପହଞ୍ଚିଥିବା ବେଳେ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ କାହିଁକି କରାଯାଉନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ୧୨,୦୦ କୋଟି ଓ ବିଜୁ ଯୁବ ବାହିନୀ ନାମରେ ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ଦାବି କାହିଁକି ରାଜ୍ୟ ସରକାର ପୂରଣ କରୁନାହାନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଶିକ୍ଷକ ମାନଙ୍କୁ ନ୍ୟାର୍ଯ୍ୟ ବାଦି ପୂରଣ କରିବା ଉଚିତ ବୋଲି ଧର୍ନେନ୍ଦ୍ର ପ୍ରଧାନ କହିଛନ୍ତି ।
ସେପଟେ ୨୩ ଦିନ ଧରି ରାଜରାସ୍ତାରେ ଶିକ୍ଷକ ମାନେ ନିଜ ଦାବି କୁ ନେଇ ପଡିରହିଛନ୍ତି । ବ୍ଲକ ଗ୍ରାଂଟ ଉଚ୍ଛେଦ , ଚାକିରୀ ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ସୁଯୋଗ ଭଳି ଅନେକ ଦାବିକୁ ନେଇ ଦିର୍ଘ ୨୩ ଦିନଧରି ରାଜରାସ୍ତାରେ ପଡିରହିଛନ୍ତି ଶହ ଶହ ଶିକ୍ଷକ ଓ ଅଧ୍ୟାପକ । ସରକାରଙ୍କ ନାଲି ଆଖୀକୁ ଖାତିର ନ କରି ଶିକ୍ଷକ ମାନେ ସେମାନଙ୍କ ଦାବୀ ପାଇଁ ଲଢେଇ କରୁଥିବା ବେଳେ ସରକାର ସେମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶିକ୍ଷକମାନେ କୌଣସି ଦଳ ଦେଖି ପାଠ ପଢ଼ାନ୍ତି ନାହିଁ । ତାଙ୍କ ପାଇଁ ସମସ୍ତ ଛାତ୍ରଛାତ୍ରୀ ସମାନ ତେଣୁ ତୁରନ୍ତ ଶିକ୍ଷକମାନଙ୍କ ଦାବିକୁ ପୂରଣ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।