ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା ବାଧ୍ୟତା ମୂଳକ ହେବା ପରେ ଏବେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମାନେ ଏହାକୁ ବିରୋଧ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଏକାମ୍ର ଓ ବିଜେପି କଲେଜ ଛାତ୍ରଛାତ୍ରୀ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ରହିଛି ଅନେକ କଲେଜରେ ଏପର୍ଯ୍ୟନ୍ତ ପାଠ୍ୟ ଖସଡା ସରି ନଥିବା ବେଳେ କିଭଳିୂ ବିଲାମାନେ ଏତେ ଶିଘ୍ର ନିଜକୁ ପ୍ରସ୍ତୁତ କରିବେ ।
ତେଣୁ ବିଭାଗ ଏଥିରେ ପରିବର୍ତ୍ତନ ଆଣିବାକୁ ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ ନିୟମ ଅନୁସାରେ ଯଦି କୌଣସି ପିଲା ପ୍ରଥମ ବର୍ଷ ପରୀକ୍ଷାରେ ପାସ ନକରିପାରେ ତେବେ ସେ ଆଉ ଦ୍ୱିତୀୟ ବର୍ଷକୁ ଯାଇ ପାରିବ ନାହିଁ । ରାଜ୍ୟରେ ଅନ୍ୟ କଲେଜରେ ମଧ୍ୟ ଏହାକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି ।