କଟକ (ଏଟିଆର ବ୍ୟୁରୋ): କରୋନା ପାଇଁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିକଳ୍ପ ମୂଲ୍ୟାୟନ ଆଧାରରେ ପରୀକ୍ଷ ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି । ଏପରିକି ଗତକାଲି ବିକ୍ଷୋଭ ମଧ୍ୟ କରିଥିଲେ । ଏହାପରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଆଜି ପ୍ରେସ ମିଟ୍ କରି ସ୍ପଷ୍ଟିକରଣ ରଖିଛନ୍ତି ।
ବୋର୍ଡ ପକ୍ଷରୁ କୁହାଯାଇଛି କି, ବହୁ ଶିକ୍ଷାବିତ ଓ ଜିଲ୍ଲା ଡିଇଓଙ୍କ ଆଲୋଚନା ହୋଇଥିଲା । ସ୍ୱତନ୍ତ୍ର କୋର କମିଟି ଗଠନ ହୋଇ ମୂଲ୍ୟାୟନ ହୋଇଛି । ୪ ବର୍ଷର ପ୍ରଦର୍ଶନ ତଥା ୨୦୧୮, ୨୦୧୮, ୨୦୧୯, ୨୦୨୦ ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ କରାଯାଇଛି । ଛାତ୍ରତ୍ରୀଙ୍କ ସୁରକ୍ଷା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା ।
ଯଦି ରେଜଲ୍ଟକୁ ନେଇ ପିଲା ଅସନ୍ତୁଷ୍ଟ ତେବେ ସେମାନଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । କେବଳ ଅଫଲାଇନରେ ସେମାନେ ପରୀକ୍ଷା ଦେଇପାରିବେ । ଅଫଲାଇନ ପରୀକ୍ଷା ମାର୍କ ହିଁ ଚୁଡାନ୍ତ ହେବ । ସେହିପରି ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ ରୁ ଫର୍ମ ପୁରଣ ହେବ ।