କଟକ (ଏଟିଆର ବ୍ୟୁରୋ); ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆରମ୍ଭରୁ ବିବାଦ ଦେଖିବାକୁ ମିଳିଥିଲା । ତେବେ ସେ ଯାହାବି ହେଉ ରେଜଲ୍ଟ ସୁରୁଖୁରୁରେ ବାହାରିଛି । ସ୍କୁଲ ଜୀବନ ସରିବା ପରେ କଲେଜକୁ ଯିବ ପାଇଁ ବ୍ରଗ୍ୟ ଅଛନ୍ତି ଛାତ୍ର ଛାତ୍ରୀ । ତେବେ ଆସନ୍ତା ୩୦ ତାରିଖରୁ ରାଜ୍ୟରେ ମିଳିବ ମେଟ୍ରିକ ସାର୍ଟିଫିକେଟ । ବୋର୍ଡ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଅରିଜିନାଲ ପାସ୍ ସାର୍ଟିଫିକେଟ୍, ମାଇଗ୍ରେସନ ସାର୍ଟିଫିକେଟ୍, ଏଫ୍-ଗ୍ରେଡ୍ ପରୀକ୍ଷାଥୀଙ୍କ ମାର୍କସିଟ୍ ସମେତ ସମସ୍ତ ପରୀକ୍ଷାର୍ଥୀଙ୍କ ଟାବୁଲେସନ୍ ରେଜିଷ୍ଟ୍ରାର ଆସନ୍ତା ୩୦ ଓ ଜୁଲାଇ ୧ତାରିଖ ଦୁଇ ଦିନରେ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟକୁ ପଠାଯିବ।
ଶିକ୍ଷାନୁଷ୍ଠାନର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରିକୃତ କାର୍ଯ୍ୟାଳୟରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ, ମାର୍କସିଟ ସଂଗ୍ରହ କରିପାରିବେ। ସଂପୃକ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ମାନେ ମାର୍କସିଟ୍ ବିତରଣ ପ୍ରକ୍ରିୟା କିପରି ଶୃଙ୍ଖଳିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ଗ୍ରହଣ କରିଥିବା କୌଣସି ସାର୍ଟିଫିକେଟରେ କିଛି ତ୍ରୁଟି ରହିଥାଏ, ତେବେ ତ୍ରୁଟିଯୁକ୍ତ ସାର୍ଟିଫିକେଟ୍ଗୁଡ଼ିଙ୍କୁ ଜୁଳାଇ ୧୦ତାରିଖ ମଧ୍ୟରେ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ,ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକକୁ ନେଇ ଚର୍ଚ୍ଚାରେ ରହିଥିଲା । ଅପରପକ୍ଷରେ ନିର୍ବାଚନ ଏବଂ ଫୋନି ପାଇଁ ବିଳମ୍ବରେ ପ୍ରକାଶ ପାଇଲା ରେଜଲ୍ଟ । ଫଳାଫଳ ବାହାରିବାରେ ବିଳମ୍ବ ହୋଇଥିବାରୁ ଚିନ୍ତାରେ ରହିଥିଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ।