ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଲକ୍ ଡାଉନ୍ । ଏହା ଲକ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ । ଏଥିପାଇଁ ଛାତ୍ର-ଛତ୍ରୀଙ୍କ ପାଠ ପଢା ମଧ୍ୟ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ସେହି ଅନୁଯାୟୀ ଏଣିକି ଏବେ ଜିଲ୍ଲାର ଛାତ୍ର-ଛାତ୍ରୀମାନେ ହ୍ୱାଟ୍ସଆପ୍ ଜରିଆରେ ପାଠ ପଢିବେ ।
ଏଥିପାଇଁ ଏକ ହ୍ୱାଟ୍ସଆପ୍ ଗୃପ୍ କରାଯାଇଛି । ଯାହାର ନାଁ ରହିଛି ଶିକ୍ଷା ସଂଯୋଗ । ଏହି ଗୃପ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢିବେ । ହ୍ୱାଟ୍ସଆପ୍ ଜରିଆରେ ପାଠପଢା ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ ଏବଂ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ସ୍କୁଲରେ ଆରମ୍ଭ ହେବ । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଇଓ ଏବଂ ପ୍ରଧାନଶିକ୍ଷକଙ୍କୁ ଚିଠି ପଠାଯାଇଛି ।