ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାର ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆଜି ଦିନ ୧୧ ଟାରୁ ଛାତ୍ରଛତ୍ରୀମାନେ ଆବେଦନ କରି ପାରିବେ । www. samsodisha.gov.in କୁ ଯାଇ କମନ୍ ଆପ୍ଲିକେସନ୍ ଫର୍ମ ପୁରଣ କରି ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ କରି ପାରିବେ । ଆବେଦନ କରିବାର ଶେଷ ତାରିଖ ରହିଛି ସେପ୍ଟମ୍ବର ୪ ଦିନ ୧୧ ଟା ୪୫ ।
ଏହାପରେ ସେପ୍ଟମ୍ବର ୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ । ପ୍ରଥମ ପର୍ଯ୍ୟାୟରେ ବଛା ହୋଇଥିବା ଛାତ୍ରଛାତ୍ରୀମାନେ ସେପ୍ଟମ୍ବର ୧୧ ରୁ ନାମଲେଖା ଆରମ୍ଭ କରିପାରିବେ । ଏହି ନାମଲେଖା ପ୍ରକ୍ରିୟା ୧୮ ତାରିଖରେ ଶେଷ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ସେପ୍ଟମ୍ବର ୨୩ ରେ ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ବଛା ହୋଇଥିବା ଛାତ୍ରଛାତ୍ରୀ ମାନେ ସେପ୍ଟମ୍ବର ୨୪ ରୁ ୨୮ ଭିତରେ ସେମାନଙ୍କର ନାମ ଲେଖାଇପାରିବେ । ଏହାପରେ ଅକ୍ଟୋବର ୧ରେ ପ୍ରକାଶ ପାଇବ ସ୍ପଟ ନାମ ଲେଖା ମେରିଟ ଲିଷ୍ଟ । ସ୍ପଟ ନାମଲେଖା ପାଇଁ ୩ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ଏବଂ ଅକ୍ଟୋବର ୫ ରେ ନାମ ଲେଖା ହେବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।