ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୟୁଜି/ପିଜି ପରୀକ୍ଷା ନେଇ ଦୂର ହେଲା ଦ୍ୱନ୍ଦ । ରାଜ୍ୟରେ ଚଳିତବର୍ଷ କରୋନା କଟକଣା ଭିତରେ ହେବ ୟୁଜି/ପିଜି ପରୀକ୍ଷା । ଆସନ୍ତୁ ୧୮ ତାରିଖରେ ଏନେଇ ଚୁଡାନ୍ତ ନିଷ୍ପତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ୭ ଦିନ ମଧ୍ୟରେ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୂଳପତି ଆଲୋଚପା କରି ଜଣାଇବା ପରେ ଯାଇ ସରକାର ଚୁଡାନ୍ତ ନିଷ୍ପତି ନେବେ ।
କରୋନା କଟକଣା ମଧ୍ୟରେ ୟୁଜି/ପିଜି ପରୀକ୍ଷା ହେବ କି ନାହିଁ ଏନେଇ ଦ୍ୱନ୍ଦରେ ଥିଲେ ଛାତ୍ରଛାତ୍ରୀ । ସେଥିପାଇଁ ଆଜି କୁଳପତିଙ୍କ ବୈଠକ ବସିଥିଲା । ଏହି ବୈଠକରେ ପରୀକ୍ଷା ହେବ ବୋଲି ନିଷ୍ପତି ନିଆଯାଇଛି ।