ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଫାଇନାଲ ସେମିଷ୍ଟାର ପରୀକ୍ଷା ଏବଂ ନୂତନ ଏକାଡେମିକ ବର୍ଷକୁ ନେଇ ୟୁଜିସି ପକ୍ଷରୁ ରିଭାଇଜ୍ଡ ଗାଇଡଲାଇନ୍ ଜାରି କରାଯାଇଛି । ଗୃହମନ୍ତ୍ରାଳୟ ନୋଟିଫିକେସନ ପରେ ଏହି ଗାଇଡଲାଇନ୍ ଜାରି କରାଯାଇଛି । ଯେଉଁଥିରେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ସଂସ୍ଥାକୁ ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି ।
ଏନେଇ ସୋମବାର କେନ୍ଦ୍ରୀୟ ମାନବ ସଂସାଧନ ବିକାସ (ଏଚଆରଡି) ମନ୍ତ୍ରୀ ଡାଃ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି । ୟୁଜିସିର ରିଭାଇଜଡ ଗାଇଡଲାଉନ୍ ଆୟୋଗର ଅଫିସିୟାଲ ୱେବସାଇଟରେ ଦିଆଯାଇଛି । ଇଛୁକ ଛାତ୍ରାଛାତ୍ରୀ ସେଠାରୁ ଚେକ୍ କରି ପାରିବେ ।
ୟୁଜିସି ଦ୍ୱାରା ଜାରି କରାଯାଇଥିବା ପ୍ରେସମିଟ୍ ମୁତାବକ, କରୋନା ଭାଇରସ ସଙ୍କଟକୁ ଦୃଷ୍ଟିରେ ରଖି ଅୟୋଗ ପକ୍ଷରୁ ଏପ୍ରିଲ ୨୦୨୦ରେ ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତିର ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଯେଉଁଥିରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ଏବଂ ନୂତନ ଏକାଡେମି କ୍ୟାଲେଣ୍ଡର ବିଷୟରେ ନିଷ୍ପତି ନେବାର ଥିଲା । ଏହାପରେ ପୁଣି ୟୁଜିସି କମିଟିକୁ କୁ ନିର୍ଦ୍ଦେଶ ଦେଇଥିଲା କି ଏପ୍ରିଲରେ ଜାରି କରାଯାଇଥିବା ଗାଇଡଲାଇନ୍ ଉପରେ ପୂର୍ନବିଚାର କରାଯାଉ ଏବଂ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ସଂସ୍ଥାର ପରୀକ୍ଷା କରିବା ବିଷୟରେ ନିଷ୍ପତି ନିଆଯାଉ ।
ୟୁଜିସିର ରିଭାଇଜଡ ଗାଇଡଲାଇନ୍
– ଫାଇନାଲ ଇୟର/ ଟର୍ମିନାଲ ସେମିଷ୍ଟାରର ପରୀକ୍ଷା ସେପ୍ଟମ୍ବର ୨୦୨୦ ର ଶେଷ ମଧ୍ୟରେ ଆୟୋଜିତ କରାଯିବ ।
– ଫାଇନାଲ ଇୟର/ ଟର୍ମିନାଲ ସେମିଷ୍ଟାର ପରୀକ୍ଷା ଅନଲାଇନ୍ ବା ଅଫ୍ ଲାଇନ୍ ମୋଡ୍ ରେ ଶିକ୍ଷାନୁଷ୍ଠାନ ଗୁଡିକ ନିଜ ସୁବିଧା ଅନୁସାରେ କରି ପାରିବେ ।
– ଯେଉଁ ଛାତ୍ରଛାତ୍ରୀ ଫାଇନାଲ ପରୀକ୍ଷାରେ ସାମିଲ ହୋଇ ପାରୁ ନାହାନ୍ତି ସେମାନଙ୍କୁ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନ ଦ୍ୱାରା ଆୟୋଜିତ କରାଯାଇଥିବା ସ୍ପେଶାଲ ପରୀକ୍ଷାରେ ସାମିଲ ହେବା ପାଇଁ ସୁଯୋଗ ଦିଆଯିବ ।
– ବିଶ୍ୱବିଦ୍ୟାଳୟ / ଶିକ୍ଷାନୁଷ୍ଠାନ ଗୁଡିକ ଏହି ସ୍ପେଶାଲ ପରୀକ୍ଷା ସେମାନଙ୍କ ହିସାବରେ କରି ପାରନ୍ତି କିନ୍ତୁ ଏହି ବ୍ୟବସ୍ଥା କେବଳ ଶିକ୍ଷା ବର୍ଷ ୨୦୧୯-୨୦ ପାଇଁ ମାନ୍ୟ ହେବ ।