ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦୨୩-୨୪ ବର୍ଷ ପାଇଁ ଶିକ୍ଷା ବିଭାଗକୁ କେତେ ମଞ୍ଜୁର ହୋଇଛି ଏନେଇ ପ୍ରେସମିଟି ଜରିଆରେ ସୂଚନା ଦେଇଛି ଗଣଶିକ୍ଷା ବିଭାଗ ।
ବର୍ଷ ୨୦୨୩-୨୪ ପାଇଁ ଶିକ୍ଷା ବିଭାଗକୁ ୨୨ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି । ଯାହା ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ । ଗଣଶିକ୍ଷା ବିଭାଗରେ ୫୧,୫୩୫ଟି ପଦ ସୃଷ୍ଟି ହୋଇଛି । ୫ ଜିଲ୍ଲାର ୨୨୧ ବହୁଭାଷୀ ଶିକ୍ଷକଙ୍କ ଦରମା ୫,୩୭୯ କୁ ବୃଦ୍ଧି କରାଯାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟରେ ୨୩୭ ଛାତ୍ରାବାସ ପାଇଁ ଅର୍ଥ ମଞ୍ଜୁର ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଦିଆଯାଇଛି ୧୩୯ କୋଟି ।
ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମେତ ସ୍କୁଲ ଗୁଡିକୁ ପୁରସ୍କୃତ କରାଯିବ । ୭୧,୬୧୮ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଦିଆଯିବ । ଏହାସହିତ ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ୩ ହଜାର ଏବଂ ୟୁନିଫର୍ମ ପାଇଁ ୧ ହଜାର ଟଙ୍କା ଦିଆଯିବ ।