ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ୍ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଚାଲିଛି ବାହାଘର ସିଜିନ୍ । ଗୋଟେ ପଟେ ଈଶା ଅମ୍ବାନୀଙ୍କ ସହ ଆନନ୍ଦ ପିରାମଲଙ୍କ ହାତ ଗଣ୍ଠି ପଡିଛି ତ ଅନ୍ୟ ପଟେ କମେଡି କିଙ୍ଗ କପିଲ ଶର୍ମା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କେବଳ ଏହି ଦୁଇଟି ଯୋଡି ନୁହଁନ୍ତି ସିନେମା ଏବଂ ଟିଭି ଜଗତର ଅନ୍ୟ କଳାକାର ମାନେ ମଧ୍ୟ ବାହାଘର ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସେହି ୫ଟି ଯୋଡିଙ୍କ ବିଷୟରେ..
ଈଶା ଅମ୍ବାନୀ-ଆନନ୍ଦ ପିରାମଲ:
ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଈଶା ଅମ୍ବାନୀ ସାତଜନ୍ମ ପାଇଁ ଆନନ୍ଦ ପିରାମଲଙ୍କ ହୋଇ ସାରିଛନ୍ତି । ଦୁହିଁଙ୍କ ବାହାଘର ‘ଆଣ୍ଟଲ୍ଲିଆ’ ହାଉସ୍ ରେ ଖୁବ୍ ଧୁମ୍ ଧାମରେ ସମ୍ପନ୍ନ ହୋଇଛି । ଏହି ବାହାଘରରେ ବଲିଉଡଠାରୁ ଆରମ୍ଭ କରି ରାଜନେତା ଏବଂ ଅନେକ ବଡ ବଡ ବ୍ୟବସାୟୀମାନେ ସାମିଲ ଥିଲେ ।
କପିଲ ଶର୍ମା- ଗିନି ଚତର୍ଥ:
ଟେଲିଭିଜନ ଚର୍ଚ୍ଚିତ କମେଡିଆନ କପିଲ ଶର୍ମା ଡିସେମ୍ବର ୧୨ରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜଲନ୍ଧର ସ୍ଥିତ ହୋଟେଲ କବାନାରେ ଶିଖ୍ ରୀତି ନୀତି ବାହାଘର ସମ୍ପନ୍ନ ହୋଇଥିଲା । ଏହି ବାହାଘରରେ ଗିନି ଲାଲ ରଙ୍ଗର ଳେହଙ୍ଗା ପିନ୍ଧିଥିବା ବେଳେ କପିଲ ନୀଳ ଗୋଲ୍ଡେନ ମିଶା ସେରୱାନୀ ପିନ୍ଧି ଖୁବ୍ ସୁନ୍ଦର ଦିଶୁଥିଲେ ।
ପାରୁଲ୍ ଚୌହାନ-ଚିରାଗ ଠକ୍କର:
ଧାରାବାହିକ ‘ବିଦାଈ’ରୁ ଲାଇମଲାଇଟ୍ ରେ ଥିବା ଅଭିନେତ୍ରୀ ପାରୁଲ ଦୀର୍ଘ ଦିନ ହେବ ଚିରାଗ ଙ୍କୁ ଡେଟ୍ କରୁଥିଲେ । ମାତ୍ର ଏବେ ଦୁହେଁ ପତି-ପତ୍ନୀ ହୋଇସାରିଛନ୍ତି । ମୁମ୍ବାଇର ଇସ୍କନ ମନ୍ଦିରରେ ଦୁହିଁଙ୍କ ବାହାଘର ସମ୍ପନ୍ନ ହୋଇଛି । ଏହି ବାହାଘରରେ ପାରୁଲଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ର ପୂରା ଟିମ୍ ସାମିଲ ଥିଲେ । ବାହାଘରରେ ପାରୁଲ ଏକ ଲାଲ ରଙ୍ଗର ବାନାରସୀ ଶାଢୀ ପିନ୍ଧିଥିବା ବେଳେ ଚିରାଗ ଏକ ଘିଅ ରଙ୍ଗ ସେରୱାନୀ ପିନ୍ଧିଥିଲେ ।
ରଘୁରାମ-ନତାଲୀ:
ରିଅଲିଟି ସୋ’ ରୋଡିଶର ଫେମସ୍ ଜଜ୍ ରଘୁ ରାମ ମଧ୍ୟ ୧୨ ଡିସେମ୍ବରକୁ ତାଙ୍କ ଗର୍ଲଫ୍ରେଣ୍ଡ ନତାଲିଙ୍କ ସହ ଗୋଆରେ ସାତ ଫେରା ନେଇଛନ୍ତି । ଏହି ବାହାଘରରେ ଦୁହିଁଙ୍କ ପରିବାର ସଦସ୍ୟଙ୍କ ସମେତ ବନ୍ଧୁମାନେ ଉପସ୍ଥିତ ଥିଲେ । ଦକ୍ଷିଣ ଭାରତୀୟ ପରମ୍ପରାରେ ହୋଇଥିବା ଏହି ବାହାଘରରେ ରଘୁ ଧଳା କୁର୍ତା ଏବଂ ଲାଲ ଧୋତି ପିନ୍ଧିଥିବା ବେଳେ ନତାଲି ଏକ ଧଳା ଏବଂ ଲାଲ ରଙ୍ଗର ସିଲ୍କ ଶାଢୀ ପିନ୍ଧିଥିଲେ ।
ଆଦିତୀ ଗୁପ୍ତା- କବୀର ଚୋପ୍ରା:
ସିରିଏଲ୍ ‘କୁବୁଲ ହୈ’ ର ଅଭିନେତ୍ରୀ ଆଦିତୀ ଗୁପ୍ତା ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କବୀର ଚୋପ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଖାସ୍ ଦିନରେ ଆଦିତୀ ସୁନେଲୀ ରଙ୍ଗର ଲେହଙ୍ଗା ପିନ୍ଧିଥିଲେ ସେହିପରି କବୀର ମଧ୍ୟ ଧୂସର ରଙ୍ଗର ଏକ ସେରୱାନୀ ପିନ୍ଧିଥିବାର ନଜର ଆସିଥିଲେ ।