ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗ୍ଳାମର ଦୁନିଆର ମୋହ ମାୟା ଛାଡି ଆତ୍ମଘୋଷିତ ମାତା ପାଲଟି ଯାଇଛନ୍ତି ଜଣେ ଅଭିନେତ୍ରୀ । ଦିନେ ଗ୍ଲାମର ଦୁନିଆରେ ତାଙ୍କର ବେଶ ଧାକ ଥିଲା । ଏହି ଅଭିନେତ୍ରୀଙ୍କ ଅଣ୍ଟାଭଙ୍ଗା ଡ୍ୟାନ୍ସରେ ପୁରା ହଇଚଇ କରୁଥିଲେ । ତାଙ୍କ ନାଚର ଠୁମକାରେ ମତୁଆଲା ହେଉଥିଲେ ଦର୍ଶକ । ଆଜି ସେ ଲୋକଙ୍କୁ ଶୁଣାଉଛନ୍ତି ନୀତିବାଣୀ । ତେବେ ସେ ସେ ଆଉ କେହି ନୁହଁନ୍ତି ୧୦ ବର୍ଷ ତଳେ ଓଲିଉଡ ଇଣ୍ଡଷ୍ଟ୍ରିଜକୁ ହଲଚଲ କରୁଥିବା ଅଭିନେତ୍ରୀ ଶ୍ୱେତା ମଲ୍ଲିକ । ଗ୍ଳାମର ଦୁନିଆକୁ ଛାଡି ସେ ପାଲଟି ଯାଇଛନ୍ତି ଆତ୍ମଘୋଷିତ ମାତା ମାହେଶ୍ୱରୀ ।
ଜାନୁୟାରୀ ୧୦ ତାରିଖରୁ ଜୟପୁର ସୌରାଗୁଡାରେ ଆୟୋଜିତ ହୋଇଥିବା ବିଶ୍ୱଶାନ୍ତି ମହାଯଞ୍ଜରେ ପଦ୍ମଫୁଲ ଉପରେ ବସି ଭକ୍ତଙ୍କୁ ନୀତିବାଣୀ ଶୁଣାଉଥିବାର ଦୃଶ୍ୟ ନଜରକୁ ଆସିଛି । ଭକ୍ତମାନେ ତାଙ୍କୁ ପୂଜାର୍ଚ୍ଚନା କରି ଆଶିର୍ବାଦ ମଧ୍ୟ ନେଉଛନ୍ତି । ସେ ଲୋକଙ୍କୁ ମୋକ୍ଷର ବାଟ ଦେଖାଉଛନ୍ତି । ଏଣୁ ଏଠାକୁ ହଜାର ହଜାର ଭକ୍ତଙ୍କ ଆଗମନ ହେଉଥିବା ଦେଖିବାକୁ ମିଳୁଛି । ଦିନେ ସେ ସୁନ୍ଦର ନାଚ ମାଧ୍ୟରେ ସାରା ଓଡିଶାର ଦର୍ଶକଙ୍କ ମନ ମୋହିଥିଲେ । ତାଙ୍କ ନାଚ ଦେଖି ଦର୍ଶକମାନେ ଖୁସି ହେଉଥିବା ବେଳେ ଆଜି ତାଙ୍କ ନୀତିବାଣୀ ମଧ୍ୟ ଖୁବ ଶିକ୍ଷଣୀୟ ବୋଲି କହିଛନ୍ତି ଭକ୍ତ ।